Shorts

ଅପରାହ୍ନରେ ବାହାରିବ ମାଟ୍ରିକ୍ ରେଜଲ୍ଟ, ୫ ଲକ୍ଷରୁ ଅଧିକ ପିଲାଙ୍କ ଭାଗ୍ୟ ପରୀକ୍ଷା

Published on May 01, 2026
In-Article Ad Space (Paste HTML in Theme)

 ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଶନିବାର ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ | ପରୀକ୍ଷାର୍ଥୀ ମାନେ www.bseodisha.ac.in ଏବଂ www.bseodisha.nic.in ରେ ଲଗଇନ୍ କରି ଜାଣିପାରିବେ। ଏଥର ପ୍ରଥମ ଥର ଓଡ଼ିଆରେ ଲିଖିତ ମାଟ୍ରିକ୍ ସାର୍ଟିଫିକେଟ୍ ଓ ମାର୍କ ସିଟ୍ ପାଇବେ ଛାତ୍ରଛାତ୍ରୀ।